ଗୁଣିତକ ଓ ଗୁଣନୀୟକ

1. ଗୁଣିତକ କାହାକୁ କୁହାଯାଏ ?
ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ ,ସେହି ଗୁଣଫଳକୁ  ଗୁଣାଯାଇଥିବା ସଂଖ୍ୟା ମାନଙ୍କର ଗୁଣିତକ କୁହାଯାଏ।

 ୨. ପ୍ରତ୍ୟେକ ସଂଖ୍ୟା କାହାର ଗୁଣିତକ ?
ଉ- ପ୍ରତ୍ୟେକ ସଂଖ୍ୟା ସେହି ସଂଖ୍ୟାର ଏକ ଗୁଣିତକ ।

୩. ଶୂନ୍ୟ (ଶୂନ)କାହାର ଗୁଣିତକ ?
ଉ- ଶୂନ ପ୍ରତ୍ୟେକ  ସଂଖ୍ୟାର  ଗୁଣିତକ ଅଟେ ।

୪. ଏକ ସଂଖ୍ୟାର ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ...… ବା ସେହି ସଂଖ୍ୟା ସହ ..... ?
ଉ-  ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ ବଡ଼ ବା ସେହି ସଂଖ୍ୟା ସହ ସମାନ ।

୫. ଗୁଣନୀୟକ ବା ଉତ୍ପାଦକ କାହାକୁ କହନ୍ତି ?
ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ , ଗୁଣାଯାଇଥିବା ସଂଖ୍ୟାଗୁଡିକୁ ସେହି ଗୁଣଫଳର  ଗୁଣନୀୟକ ବା ଉତ୍ପାଦକ କୁହାଯାଏ।

୬. ୧୫ ର ବୃହତ୍ତମ ଗୁଣନୀୟକ କେଉଁ ସଂଖ୍ୟା ?୧୫ ର କ୍ଷୁଦ୍ରତମ ଗୁଣନୀୟକ କେଉଁ ସଂଖ୍ୟା ?
ଉ- ୧୫ ର ବୃହତ୍ତମ ଗୁଣନୀୟକ ୧୫ ଓ ୧୫ ର କ୍ଷୁଦ୍ରତମ ଗୁଣନୀୟକ ୧।

୭. କେଉଁ ସଂଖ୍ୟାର ଗୋଟିଏ ମାତ୍ର ଗୁଣନୀୟକ ଅଛି ?
 ଉ- ୧ର ଗୋଟିଏ ମାତ୍ର ଗୁଣନୀୟକ ଅଛି ।

୮. ୨୩ ର କେତେ ଗୋଟି ଗୁଣନୀୟକ ଅଛି ?
ଉ- . ୨୩ ର ୨ ଟି ଗୁଣନୀୟକ ଅଛି  ।

୯. କାହାକୁ ମୌଳିକ ସଂଖ୍ୟା କୁହାଯାଏ ?
ଉ - ଯେଉଁ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ,ତାହାକୁ ମୌଳିକ ସଂଖ୍ୟା କୁହାଯାଏ।

୧୦. ଯୌଗିକ ସଂଖ୍ୟା କାହାକୁ କୁହାଯାଏ ?
ଉ- ଯେଉଁ ସଂଖ୍ୟାର ଦୁଇରୁ ଅଧିକ ଗୁଣନୀୟକ ଥାଏ,ତାହାକୁ ଯୌଗିକ ସଂଖ୍ୟା କୁହାଯାଏ।

୧୧. ୧ ଯୌଗିକ ବା ମୌଳିକ ସଂଖ୍ୟାର ଅନ୍ତର୍ଗତ କି ? ଏହା କେଉଁ ପ୍ରକାର ସଂଖ୍ୟା ?
ଉ- ୧ ଯୌଗିକ ବା ମୌଳିକ ସଂଖ୍ୟା ନୁହେଁ।ଏହା ଏକ ସ୍ବତନ୍ତ୍ର ସଂଖ୍ୟା ।

୧୨. ୧ ଠାରୁ ୧୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ କିଏ ?
ଉ- ୧ ଠାରୁ ୧୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ ଯଥାକ୍ରମେ:- ୨,୩,୫ ଓ ୭।

୧୩.୨୦ ଠାରୁ ୩୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ କିଏ ?
ଉ- ୨୦ ଠାରୁ ୩୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ ଯଥାକ୍ରମେ:- ୨୩ ଓ ୨୯ ।

୧୪.୩୦ ଠାରୁ ୫୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ କିଏ ?
ଉ- ୩୦ ଠାରୁ ୫୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ ଯଥାକ୍ରମେ:- ୩୧,୩୭,୪୧,୪୩ ଓ ୪୭ ।

୧୫.୫୦ ଠାରୁ ୮୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ କିଏ ?
ଉ- ୫୦ ଠାରୁ ୮୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ ଯଥାକ୍ରମେ:- ୫୩,୫୯,୬୧,୬୭,୭୧,୭୩ ଓ ୭୯ ।

୧୬.୮୦ ଠାରୁ ୧୦୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ କିଏ ?
ଉ- ୮୦ ଠାରୁ ୧୦୦ ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ ଯଥାକ୍ରମେ:- ୮୩,୮୯,୯୭ ।

୧୭ . ୧୦୦ ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି ?
ଉ-୧୦୦ ମଧ୍ୟରେ ୨୫ଟି ମୌଳିକ ସଂଖ୍ୟା ଅଛି ।

୧୮ . ୫୦ ମଧ୍ୟରେ ଥିବା ଯମଜ ମୌଳିକ ସଂଖ୍ୟା ଲେଖ ?
ଉ - ୫୦ ମଧ୍ୟରେ ୬ ଯୋଡା ଯମଜ ମୌଳିକ ସଂଖ୍ୟା ଅଛି । ୩ ଓ ୫ , ୫ଓ ୭ , ୧୧ ଓ ୧୩ , ୧୭ ଓ ୧୯ , ୨୯ ଓ ୩୧ ,୪୧ ଓ ୪୩ ।

୧୯ . ଯମଜ ମୌଳିକ ସଂଖ୍ୟା କାହାକୁ କହନ୍ତି ?
ଉ - ଯେଉଁ ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ପ୍ରଭେଦ “୨ “ ତାହାକୁ ଯମଜ ମୌଳିକ ସଂଖ୍ୟା କୁହାଯାଏ ।

୨୦ . ୧ ରୁ ୪୦ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡିକ ଲେଖ ?
ଉ -  ୧ ରୁ ୪୦ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡିକ ;-୪,୬,୮,୯,୧୦,୧୨,୧୪,୧୫,୧୬,୧୮,୨୦,୨୧,୨୨,୨୪,୨୫,୨୬,୨୭,୨୮,୩୦,୩୨,୩୩,୩୪,୩୫,୩୬,୩୮,୩୯,୪୦।
୨୧. ୪୦  ରୁ ୮୦ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡିକ ଲେଖ ?
ଉ - ୪୦ ରୁ ୮୦ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡିକ:- ୪୨,୪୪,୪୫,୪୬,୪୮,୪୯,୫୦,୫୧,୫୨,୫୪,୫୫,୫୬,୫୭,୫୮,୬୦,୬୨,୬୩,୬୪,୬୫,୬୬,୬୮,୬୯,୭୦,୭୨,୭୪,୭୫,୭୬,୭୭,୭୮,୮୦ ।

୨୨ . ୮୦ ରୁ ୧୦୦ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡିକ ଲେଖ ? 
ଉ - ୮୦ ରୁ ୧୦୦ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡିକ :- ୮୧,୮୨,୮୪,୮୫,୮୬,୮୭,୮୮,୯୦,୯୧,୯୨,୯୩,୯୪,୯୫,୯୬,୯୮,୯୯ ।

୨୩. କେଉଁ ସଂଖ୍ୟା ୨ ଦ୍ଵାରା ବିଭାଜ୍ୟ ?
ଉ- ଯେଉଁ ସଂଖ୍ୟାର ଏକକ ଅଙ୍କ ୦,୨,୪,୬,୮, ହୋଇଥାଏ, ସେହି ସଂଖ୍ୟା ୨ ଦ୍ଵାରା ବିଭାଜ୍ୟ ।

୨୪. କେଉଁ ସଂଖ୍ୟା ୩ ଦ୍ଵାରା ବିଭାଜ୍ୟ ?
ଉ - ଯେଉଁ ସଂଖ୍ୟାର ଅଙ୍କଗୁଡିକର ସମଷ୍ଟି ୩ ଦ୍ଵାରା ବିଭାଜ୍ୟ , ସେହି ସଂଖ୍ୟା ୩ ଦ୍ଵାରା ବିଭାଜ୍ୟ ।

୨୫. ନିମ୍ନରେ ଥିବା କେଉଁ ସଂଖ୍ୟା ୩ ଦ୍ଵାରା ବିଭାଜ୍ୟ ?
୩୧୦,୩୧୨ , ୪୪୧ ,୫୨୩, ୮୫୩୦୩ 
ଉ - ୩ ଦ୍ଵାରା ବିଭାଜ୍ୟ ସଂଖ୍ୟା – ୩୧୨ , ୪୪୧

୨୬. କେଉଁ ସଂଖ୍ୟା ୯ ଦ୍ଵାରା ବିଭାଜ୍ୟ ?
ଉ- ଯେଉଁ ସଂଖ୍ୟାର ସମସ୍ତ ଅଙ୍କମାନଙ୍କର ସମଷ୍ଟି ୯ ଦ୍ଵାରା ବିଭାଜ୍ୟ , ତାହା ୯ ଦ୍ଵାରା ବିଭାଜ୍ୟ ।

 ୨୭. ନିମ୍ନରେ ଥିବା କେଉଁ ସଂଖ୍ୟା ୯ ଦ୍ଵାରା ବିଭାଜ୍ୟ ?
୯୯୯ , ୮୮୨ , ୭୦୯୨ , ୫୫୫୫ , ୬୬୬୬୬୬ 
ଉ- ୯ ଦ୍ଵାରା ବିଭାଜ୍ୟ ସଂଖ୍ୟା – ୯୯୯ , ୮୮୨ , ୭୦୯୨ , ୬୬୬୬୬୬୬

୨୮. କେଉଁ ସଂଖ୍ୟା ୫ ଦ୍ଵାରା ବିଭାଜ୍ୟ ?
ଉ - ଯେଉଁ ସଂଖ୍ୟାର ଏକକ ଅଙ୍କ ୫ ବା ୦ ହୋଇଥାଏ , ତାହା ୫ ଦ୍ଵାରା ବିଭାଜ୍ୟ ।

୨୯. କେଉଁ ସଂଖ୍ୟା ୧୦ ଦ୍ଵାରା ବିଭାଜ୍ୟ ?
ଉ- ଯେଉଁ ସଂଖ୍ୟାର ଏକକ ଅଙ୍କ ୦ ,  ତାହା ୧୦ ଦ୍ଵାରା ବିଭାଜ୍ୟ ।

୩୦. କେଉଁ ସଂଖ୍ୟା ୪ ଦ୍ଵାରା ବିଭାଜ୍ୟ ?
ଉ- ଯେଉଁ ସଂଖ୍ୟାର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା ୪ ଦ୍ଵାରା ବିଭାଜ୍ୟ ତାହା ୪ ଦ୍ଵାରା ବିଭାଜ୍ୟ ।

୩୧. କେଉଁ ସଂଖ୍ୟା ୮ ଦ୍ଵାରା ବିଭାଜ୍ୟ ?
ଉ- ଯେଉଁ ସଂଖ୍ୟାର ଶତକ , ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା ୮ ଦ୍ଵାରା ବିଭାଜ୍ୟ ତାହା ୮ ଦ୍ଵାରା ବିଭାଜ୍ୟ ।

୩୨. ୭ ଦ୍ଵାରା କେଉଁ ସଂଖ୍ୟା  ବିଭାଜ୍ୟ ? ( ସୂଚନା – ଏକକ ଘର ସଂଖ୍ୟାକୁ ୫ ଦ୍ଵାରା ଗୁଣି , ଦଶକ ଘର ସଂଖ୍ୟା ସହ ଯୋଗ କଲେ , ଯୋଗଫଳ ୭ ଦ୍ଵାରା ବିଭାଜ୍ୟ ହେଲେ , ତାହା ୭ ଦ୍ଵାରା ବିଭାଜ୍ୟ । ୨ ରୁ ଅଧିକ ଅଙ୍କ ବିଶିଷ୍ଟ ହେଲେ , ଏକକ ଘର ଅଙ୍କକୁ ୫ ଦ୍ଵାରା ଗୁଣି , ଦଶକ ଘର ଅଙ୍କ ସହ ଯୋଗ କରି ୭ ଦ୍ଵାରା ଭାଗ କଲେ ଯେଉଁ ଭାଗଶେଷ ରହେ , ତାହାକୁ ୫ ଦ୍ଵାରା ଗୁଣନ କରି ଶତକ ଘର ଅଙ୍କ ସହ ଯୋଗ କରି ୭ ଦ୍ଵାରା ଭାଗ କରିବାକୁ ହେବ । ଯଦି ଏହା ୭ ଦ୍ଵାରା ବିଭାଜ୍ୟ ହୁଏ , ତେବେ ତାହା ୭ ଦ୍ଵାରା ବିଭାଜ୍ୟ । ଏହିପରି ବଡ ବଡ ସଂଖ୍ୟାର ୭ ଦ୍ଵାରା ବିଭାଜ୍ୟ ବା ସମାଧାନ କରିବାକୁ ହୁଏ । )
ଉଦାହରଣ : ୬୩ = ୩ × ୫ =୧୫ , ୧୫ +୬ = ୨୧ (ଏହା ୭ ଦ୍ଵାରା ବିଭାଜ୍ୟ )
୧୫୧୬୨=୨ × ୫ = ୧୦ , ୧୦ + ୬ = ୧୬ , ( ୧୬ ÷  ୭ = ୨ ପଡି , ୨ ଭାଗଶେଷ ) ୨ ଭାଗଶେଷ ×  ୫ =୧୦ , ୧୦ + ୧ =୧୧ ,( ୧୧ ÷ ୭ = ୧ ପଡି ,୪ ଭାଗଶେଷ ), ୪ × ୫ = ୨୦ , ୨୦+୫ = ୨୫ , ୨୫ ÷ ୭=୩/୪ , ୪ × ୫ +୧=୨୧ , ୨୦ + ୧ = ୨୧ (ଏହା ୭ ଦ୍ଵାରା ବିଭାଜ୍ୟ )
ନିମ୍ନଲିଖିତ ସଂଖ୍ୟାଗୁଡିକ ମଧ୍ୟରୁ କେଉଁଗୁଡିକ ୭ ଦ୍ଵାରା ବିଭାଜ୍ୟ ?
୭୯୧ , ୬୩୪୨, ୭୮୯୦, ୨୬୬ 
ଉ – ୭୯୧ : ୧ × ୫ +୯=୧୪ ( ୧୪÷ ୭= ୨/୦ )
୦ × ୫ +୭= ୭ (ଏହା ୭ ଦ୍ଵାରା ବିଭାଜ୍ୟ)
୬୩୪୨ : ୨ × ୫ +୪ = ୧୪  ( ୧୪ ÷ ୭= ୨/୦ )
୦ × ୫ +୩=୩ (୩ ÷ ୭=୦/୩)
୩ × ୫ +୬=୨୧ (ଏହା ୭ ଦ୍ଵାରା ବିଭାଜ୍ୟ)
୭୮୯୦: ୦ × ୫ +୯= ୯ (୯ ÷ ୭ =୧/୨)
୨ × ୫ +୮=୧୮ (୧୮ ÷ ୭ = ୨/୪)
୪ × ୫ +୭ = ୨୭ (ଏହା ୭ ଦ୍ଵାରା ବିଭାଜ୍ୟ ନୁହେ)
୨୬୬: ୬ × ୫ +୬= ୩୬ (୩୬ ÷ ୭ =୫/୧)
୧ × ୫ +୨ =୭ (ଏହା ୭ ଦ୍ଵାରା ବିଭାଜ୍ୟ)
.; ୭ ଦ୍ଵାରା ବିଭଜ୍ୟା ସଂଖ୍ୟା ୭୯୧,୬୩୪୨,୨୬୬ ।

୩୩. କେଉଁ ସଂଖ୍ୟା ୧୧ ଦ୍ଵାରା ବିଭାଜ୍ୟ ? ( ସୂଚନା : ଏକନ୍ତାର ସଂଖ୍ୟାମାନଙ୍କର ଯୋଗଫଳ ଦୁଇଟିର ବିୟୋଗଫଳ ‘୦’ ବା ୧୧ ଦ୍ଵାରା ବିଭାଜ୍ୟ ହେଲେ ସଂଖ୍ୟାଟି ୧୧ ଦ୍ଵାରା ବିଭାଜ୍ୟ )
ଉଦାହରଣ :- ୪୫୧ = ୪ +୧=୫,୫-୫=୦,(୪୫୧ ,୧୧ ଦ୍ଵାରା ବିଭାଜ୍ୟ)
୯୮୭୮= ୮+୮=୧୬ , ୯+୭=୧୬ , ୧୬-୧୬=୦ (୯୮୭୮ , ୧୧ ଦ୍ଵାରା ବିଭାଜ୍ୟ )
୮୧୮୦୯୦୯୦=୦+୦+୦+୧=୧ , ୯+୯+୮+୮=୩୪ , ୩୪-୧=୩୩ (ଏହା ୧୧ ଦ୍ଵାରା ବିଭାଜ୍ୟ )
୮୧୮୦୯୦୯୦ ଏହା ୧୧ ଦ୍ଵାରା ବିଭାଜ୍ୟ ।

୩୪. ନିମ୍ନ ସଂଖ୍ୟାମାନଙ୍କ ମଧ୍ୟରୁ କେଉଁ ଗୁଡ଼ିକ ୧୧ ଦ୍ଵାରା ବିଭାଜ୍ୟ ?
୭୨୭୨୭୨୭୦ , ୯୫୭୮୫୮ ,୧୨୩୪ ,୫୪୬୭ ।
ଉ- ୭୨୭୨୭୨୭୦ :- ୭+୭+୭+୭=୨୮
୨+୨+୨+୦=୬ 
୨୮-୬=୨୨
୨୨,୧୧ ଦ୍ଵାରା ବିଭାଜ୍ୟ ।
.; ୭୨୭୨୭୨୭୦ ସଂଖ୍ୟାଟି ୧୧ ଦ୍ଵାରା ବିଭାଜ୍ୟ ।
୯୫୭୮୫୮ :- ୯+୭+୫=୨୧
୫+୮+୮=୨୧
୨୧-୨୧=୦
.;୯୫୭୮୫୮ ସଂଖ୍ୟାଟି ୧୧ ଦ୍ଵାରା ବିଭାଜ୍ୟ ।
୧୨୩୪ :- ୧+୩=୪
୨+୪=୬
୬-୩=୩ (୧୧ ଦ୍ଵାରା ବିଭାଜ୍ୟ ନୁହେଁ)
.;୧୨୩୪ ସଂଖ୍ୟାଟି ୧୧ ଦ୍ଵାରା ବିଭାଜ୍ୟ ନୁହେଁ ।
 ୫୪୬୭:- ୫+୬=୧୧
୪+୭=୧୧
୧୧-୧୧=୦
.; ୫୪୬୭ ସଂଖ୍ୟାଟି ୧୧ ଦ୍ଵାରା ବିଭାଜ୍ୟ ।

୩୫. କେଉଁ ସଂଖ୍ୟା ଯୁଗ୍ମ ମୌଳିକ ?
ଉ – ୨ ସଂଖ୍ୟାଟି ଯୁଗ୍ମ ଓ ମୌଳିକ ।

୩୬. କେଉଁ ସଂଖ୍ୟା କ୍ଷୁଦ୍ରତମ ଯୁଗ୍ମ ମୌଳିକ ?
ଉ – ୨ ସଂଖ୍ୟାଟି କ୍ଷୁଦ୍ରତମ ଯୁଗ୍ମ ମୌଳିକ ।

୩୭. କେଉଁ ସଂଖ୍ୟା କ୍ଷୁଦ୍ରତମ ମୌଳିକ ସଂଖ୍ୟା ?
ଉ – ୨ ସଂଖ୍ୟାଟି କ୍ଷୁଦ୍ରତମ ମୌଳିକ ସଂଖ୍ୟା ।

୩୮.  କ୍ଷୁଦ୍ରତମ ଅଯୁଗ୍ମ ମୌଳିକ ସଂଖ୍ୟାଟି କିଏ ?
ଉ – କ୍ଷୁଦ୍ରତମ ଅଯୁଗ୍ମ ମୌଳିକ ସଂଖ୍ୟାଟି ୩ ।

୩୯. କେଉଁ ସଂଖ୍ୟାଟି କ୍ଷୁଦ୍ରତମ ଅଯୁଗ୍ମ ସଂଖ୍ୟା ?
ଉ – ୧ ସଂଖ୍ୟାଟି କ୍ଷୁଦ୍ରତମ ଅଯୁଗ୍ମ ସଂଖ୍ୟା ।

୪୦. କେଉଁ କେଉଁ ସଂଖ୍ୟା ୩ ଦ୍ଵାରା ବିଭାଜ୍ୟ ମାତ୍ର ୯ ଦ୍ଵାରା ବିଭାଜ୍ୟ ନୁହେଁ ?
ଉ – ଯେଉଁ ସଂଖ୍ୟାମାନଙ୍କର ଅଙ୍କମାନଙ୍କର ସମଷ୍ଟି ୩ ଦ୍ଵାରା ବିଭାଜ୍ୟ କିନ୍ତୁ ୯ ଦ୍ଵାରା ବିଭାଜ୍ୟ ନୁହେଁ , ସେହି ସଂଖ୍ୟାଗୁଡିକ ୩ ଦ୍ଵାରା ବିଭାଜ୍ୟ ମାତ୍ର ୯ ଦ୍ଵାରା ବିଭାଜ୍ୟ ନୁହେଁ ।

୪୧ . ସାତ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରୁ କେଉଁ କ୍ଷୁଦ୍ରତମ ସଂଖ୍ୟା ବିୟୋଗ କଲେ ବିୟୋଗଫଳ ୫ ଦ୍ଵାରା ବିଭାଜ୍ୟ ହେବ ?
ଉ - ସାତ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା=୯୯୯୯୯୯୯
ଏହାର ପୂର୍ବବର୍ତ୍ତୀ ୫ ଦ୍ଵାରା ବିଭାଜ୍ୟ ସଂଖ୍ୟା = ୯୯୯୯୯୯୫
୯୯୯୯୯୯୯-୯୯୯୯୯୯୫=-୪
.;  ସାତ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରୁ ୪ କ୍ଷୁଦ୍ରତମ ସଂଖ୍ୟା ବିୟୋଗ କଲେ ବିୟୋଗଫଳ ୫ ଦ୍ଵାରା ବିଭାଜ୍ୟ ହେବ ।

୪୨. ୯୭୬୪ ରେ ଅତି କମରେ କେଉଁ କ୍ଷୁଦ୍ରତମ ସଂଖ୍ୟା ଯୋଗକଲେ ଯୋଗଫଳ ୩ ଦ୍ଵାରା ବିଭାଜ୍ୟ ହେବ ?
ଉ – ୯୭୬୪:- ୯+୭+୬+୪=୨୬
୨୬ ର ପରବର୍ତ୍ତୀ ୨୭ , ୩ ଦ୍ଵାରା ବିଭାଜ୍ୟ ।
୨୭-୨୬=୧
.; ୯୭୬୪ ରେ ୧ ଯୋଗକଲେ ଯୋଗଫଳ ୩ ଦ୍ଵାରା ବିଭାଜ୍ୟ ହେବ । 

୪୩.  ୫୧୪୨୫ ____ ଶୂନ୍ୟସ୍ଥାନରେ କେଉଁ ଅଙ୍କଟି ଲେଖିଦେଲେ ଏହା ୧୧ ଦ୍ଵାରା ବିଭାଜ୍ୟ ହେବ ?
ଉ – ୫୧୪୨୫ ____ ଶୂନ୍ୟସ୍ଥାନରେ ‘୦’ ଲେଖିଲେ ତାହା ୧୧ ଦ୍ଵାରା ବିଭାଜ୍ୟ ହେବ।

୪୪.  ୮୯୨___। ଶୂନ୍ୟ ସ୍ଥାନରେ କେଉଁ ଅଙ୍କଟି ଲେଖିଦେଲେ ତାହା ୨ ଓ ୩ ଉଭୟଙ୍କ ଦ୍ଵାରା ବିଭାଜ୍ୟ ହେବ ?
ଉ - ୮୯୨___। ଶୂନ୍ୟ ସ୍ଥାନରେ ୨ ଲେଖିଲେ ତାହା ୨ ଓ ୩ ଉଭୟଙ୍କ ଦ୍ଵାରା ବିଭାଜ୍ୟ ହେବ ।

୪୫. ___୫୬ । ଶୂନ୍ୟ ସ୍ଥାନରେ କେଉଁ ଅଙ୍କଟି ଲେଖିଲେ ତାହା ୭ ଦ୍ଵାରା ବିଭାଜ୍ୟ ହେବ ?
ଉ - ___୫୬ । ଶୂନ୍ୟ ସ୍ଥାନରେ ୭  ଅଙ୍କଟି ଲେଖିଲେ ତାହା ୭ ଦ୍ଵାରା ବିଭାଜ୍ୟ ହେବ ।

୪୬. ୭୨୫___ । ଶୂନ୍ୟ ସ୍ଥାନରେ କେଉଁ ଅଙ୍କଟି ଲେଖିଲେ ତାହା ୯ ଦ୍ଵାରା ବିଭାଜ୍ୟ ହେବ ?
ଉ - ୭୨୫___ । ଶୂନ୍ୟ ସ୍ଥାନରେ ୯ ଅଙ୍କଟି ଲେଖିଲେ ତାହା ୯ ଦ୍ଵାରା ବିଭାଜ୍ୟ ହେବ ।

୪୭. ୭୮୯୫ରୁ କେଉଁ କ୍ଷୁଦ୍ରତମ ସଂଖ୍ୟା ବିୟୋଗ କଲେ ବିୟୋଗଫଳ ୧୦ ଦ୍ଵାରା ବିଭାଜ୍ୟ ହେବ ?
 ଉ - ୭୮୯୫ରୁ ୫ ବିୟୋଗ କଲେ ବିୟୋଗଫଳ ୧୦ ଦ୍ଵାରା ବିଭାଜ୍ୟ ହେବ ।

୪୮.  ୨୧୫୬____। ଶୂନ୍ୟସ୍ଥାନରେ କେଉଁ ବୃହତ୍ତମ ଅଙ୍କଟି ଲେଖିଦେଲେ ସଂଖ୍ୟାଟି ୮ ଦ୍ଵାରା ବିଭାଜ୍ୟ ହେବ ?
 ଉ - ୨୧୫୬____। ଶୂନ୍ୟସ୍ଥାନରେ ୮ ଲେଖିଲେ ସଂଖ୍ୟାଟି ୮ ଦ୍ଵାରା ବିଭାଜ୍ୟ ହେବ।

୪୯. ୯୫୬୦୭୬ ରୁ କେଉଁ କ୍ଷୁଦ୍ରତମ ସଂଖ୍ୟା ବିୟୋଗ କଲେ ତାହା ୪ ଦ୍ଵାରା ବିଭାଜ୍ୟ ହେବ ?
ଉ - ୯୫୬୦୭୬ ରୁ ୧ ବିୟୋଗ କଲେ ତାହା ୪ ଦ୍ଵାରା ବିଭାଜ୍ୟ ହେବ ।

୫୦. ୫୭୬୯___ । ଶୂନ୍ୟ ସ୍ଥାନରେ କେଉଁ ଅଙ୍କଟି ଲେଖିଲେ ତାହା ୧୧ ଦ୍ଵାରା ବିଭାଜ୍ୟ ହେବ ?
ଉ - ୫୭୬୯___ । ଶୂନ୍ୟ ସ୍ଥାନରେ ୫ ଲେଖିଲେ ତାହା ୧୧ ଦ୍ଵାରା ବିଭାଜ୍ୟ ହେବ ।

୫୧. ୫୭୮ ___। ଶୂନ୍ୟ ସ୍ଥାନରେ କେଉଁ ଅଙ୍କଟି ଲେଖିଲେ ତାହା ୨ ବା ୩ ବା ୪ ଦ୍ଵାରା ବିଭାଜ୍ୟ ହେବ?
ଉ – ୫୭୮ ___ । ଶୂନ୍ୟ ସ୍ଥାନରେ ୪ ଲେଖିଲେ ତାହା ୨ ବା ୩ ବା ୪ ଦ୍ଵାରା ବିଭାଜ୍ୟ ହେବ ।




Comments

Popular posts from this blog

ଗ.ସା.ଗୁ ଓ ଲ.ସା.ଗୁ