Popular posts from this blog
ଗୁଣିତକ ଓ ଗୁଣନୀୟକ
1. ଗୁଣିତକ କାହାକୁ କୁହାଯାଏ ? ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ ,ସେହି ଗୁଣଫଳକୁ ଗୁଣାଯାଇଥିବା ସଂଖ୍ୟା ମାନଙ୍କର ଗୁଣିତକ କୁହାଯାଏ। ୨. ପ୍ରତ୍ୟେକ ସଂଖ୍ୟା କାହାର ଗୁଣିତକ ? ଉ- ପ୍ରତ୍ୟେକ ସଂଖ୍ୟା ସେହି ସଂଖ୍ୟାର ଏକ ଗୁଣିତକ । ୩. ଶୂନ୍ୟ (ଶୂନ)କାହାର ଗୁଣିତକ ? ଉ- ଶୂନ ପ୍ରତ୍ୟେକ ସଂଖ୍ୟାର ଗୁଣିତକ ଅଟେ । ୪. ଏକ ସଂଖ୍ୟାର ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ...… ବା ସେହି ସଂଖ୍ୟା ସହ ..... ? ଉ- ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ ବଡ଼ ବା ସେହି ସଂଖ୍ୟା ସହ ସମାନ । ୫. ଗୁଣନୀୟକ ବା ଉତ୍ପାଦକ କାହାକୁ କହନ୍ତି ? ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ , ଗୁଣାଯାଇଥିବା ସଂଖ୍ୟାଗୁଡିକୁ ସେହି ଗୁଣଫଳର ଗୁଣନୀୟକ ବା ଉତ୍ପାଦକ କୁହାଯାଏ। ୬. ୧୫ ର ବୃହତ୍ତମ ଗୁଣନୀୟକ କେଉଁ ସଂଖ୍ୟା ?୧୫ ର କ୍ଷୁଦ୍ରତମ ଗୁଣନୀୟକ କେଉଁ ସଂଖ୍ୟା ? ଉ- ୧୫ ର ବୃହତ୍ତମ ଗୁଣନୀୟକ ୧୫ ଓ ୧୫ ର କ୍ଷୁଦ୍ରତମ ଗୁଣନୀୟକ ୧। ୭. କେଉଁ ସଂଖ୍ୟାର ଗୋଟିଏ ମାତ୍ର ଗୁଣନୀୟକ ଅଛି ? ଉ- ୧ର ଗୋଟିଏ ମାତ୍ର ଗୁଣନୀୟକ ଅଛି । ୮. ୨୩ ର କେତେ ଗୋଟି ଗୁଣନୀୟକ ଅଛି ? ଉ- . ୨୩ ର ୨ ଟି ଗୁଣନୀୟକ ଅଛି । ୯. କାହାକୁ ମୌଳିକ ସଂଖ୍ୟା କୁହାଯାଏ ? ଉ - ଯେଉଁ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ,ତାହାକୁ ମୌଳିକ ସଂଖ୍ୟା କୁହାଯାଏ। ୧୦. ଯୌଗିକ
ଭାଗକ୍ରିୟା
୧. ୨୫୬୦÷୧୦=କେତେ ? ଉ- ୨୫୬୦ ÷ ୧୦ = ୨୫୬ ୨. ୩୭୮୯ ÷ ୧୦୦ = ଭାଗଫଳ କେତେ ? ଓ ଭାଗଶେଷ କେତେ ? ଉ-୩୭୮୯ ÷ ୧୦୦ = ଭାଗଫଳ ୩୭ ଓ ଭାଗଶେଷ ୮୯ । ୩. ୬୮୯୬ ÷ ୧୦ = ଭାଗଫଳ କେତେ ? ଓ ଭାଗଶେଷ କେତେ ? ଉ- ୬୮୯୬ ÷ ୧୦ = ଭାଗଫଳ ୬୮୯ ଓ ଭାଗଶେଷ ୬ । ୪. ଯେକୌଣସି ସଂଖ୍ୟା କୁ ୧୦ ଦ୍ଵାରା ଭାଗକଲେ ଭାଗଫଳ କେତେ ? ଓ ଭାଗଶେଷ କେତେ ? ୩୭୦୧ ÷ ୧୦=କେତେ ? ଉ- ଯେକୌଣସି ସଂଖ୍ୟା କୁ ୧୦ ଦ୍ଵାରା ଭାଗକଲେ ଏକକ ଘର ଅଙ୍କଟି ଭାଗଶେଷ ଓ ଅନ୍ୟ ସମସ୍ତ ଅଙ୍କ ଭାଗଫଳ ହୁଏ । ୩୭୦୧ ୧୦ = ଭାଗଫଳ ୩୭୦ ଓ ଭାଗଶେଷ ୧ । ୫. ଯେକୌଣସି ସଂଖ୍ୟା କୁ ୧୦୦ ଦ୍ଵାରା ଭାଗକଲେ ଭାଗଫଳ କେତେ ? ଓ ଭାଗଶେଷ କେତେ ? ୭୮୯୪ ÷ ୧୦୦ = କେତେ ? ଉ- ଯେକୌଣସି ସଂଖ୍ୟା କୁ ୧୦୦ ଦ୍ଵାରା ଭାଗକଲେ ଦଶକ ଓ ଏକକ ଘର ଅଙ୍କକୁ ନେଇ ଗଠିତ ସଂଖ୍ୟା ଭାଗଶେଷ ଓ ଅନ୍ୟ ସମସ୍ତ ଅଙ୍କ ଭାଗଫଳ ହୁଏ । ୭୮୯୪ ÷ ୧୦୦ = ଭାଗଫଳ ୭୮ ଓ ଭାଗଶେଷ ୯୪ । ୬. ୭୮୮୦ ÷ ୫୦ କେତେ ? ଉ- ୭୮୮୦ ÷ ୫୦ =ଭାଗଫଳ ୧୫୭ ଓ ଭାଗଶେଷ ୩୦ ୭. ୭୭୩୭ ÷ ୨୫ = କେତେ ? ଉ- ୭୭୩୭ ÷ ୨୫ = ଭାଗଫଳ ୩୦୯ ଓ ଭାଗଶେଷ ୧୨ । ୮. ୬ ଟି ପିଜୁଳିର ମୂଲ୍ୟ ୨୪ ଟଙ୍କା ହେଲେ, କେତୋଟି ପିଜୁଳିର ମୂଲ୍ୟ ୬୦ ଟଙ୍କା ହେବ ? ଉ- ୬ ଟି ପିଜୁଳିର ମୂଲ୍ୟ ୨୪ ଟଙ୍କା । ୧ ଟି ପିଜୁଳିର ମୂଲ୍ୟ = ୨୪ ÷ ୬ =୪ ଟଙ୍କା ୬୦ ଟଙ୍କାରେ ପିଜୁଳି ମିଳିବ = ୬୦ ÷
Eclassopedia is an India-based online tutoring platform that provides online teachers in india. And it is a top online tutoring sites in india that brings together the knowledge-seeking students and the subject matter experts. Connect with us today!
ReplyDelete