ଭାଗକ୍ରିୟା

୧.  ୨୫୬୦÷୧୦=କେତେ ? 
ଉ- ୨୫୬୦ ÷ ୧୦ = ୨୫୬

୨.  ୩୭୮୯ ÷ ୧୦୦ = ଭାଗଫଳ କେତେ ? ଓ ଭାଗଶେଷ କେତେ ?
ଉ-୩୭୮୯ ÷ ୧୦୦ = ଭାଗଫଳ ୩୭ ଓ ଭାଗଶେଷ ୮୯ ।

୩.  ୬୮୯୬ ÷ ୧୦ = ଭାଗଫଳ କେତେ ? ଓ ଭାଗଶେଷ କେତେ ?
ଉ- ୬୮୯୬ ÷ ୧୦ = ଭାଗଫଳ ୬୮୯ ଓ ଭାଗଶେଷ ୬ ।

୪.  ଯେକୌଣସି ସଂଖ୍ୟା କୁ ୧୦ ଦ୍ଵାରା ଭାଗକଲେ ଭାଗଫଳ କେତେ ? ଓ ଭାଗଶେଷ କେତେ ?
୩୭୦୧ ÷ ୧୦=କେତେ ?
ଉ- ଯେକୌଣସି ସଂଖ୍ୟା କୁ ୧୦ ଦ୍ଵାରା ଭାଗକଲେ ଏକକ ଘର ଅଙ୍କଟି ଭାଗଶେଷ ଓ ଅନ୍ୟ  ସମସ୍ତ ଅଙ୍କ ଭାଗଫଳ ହୁଏ । ୩୭୦୧ ୧୦ = ଭାଗଫଳ ୩୭୦ ଓ ଭାଗଶେଷ ୧ ।

୫.  ଯେକୌଣସି ସଂଖ୍ୟା କୁ ୧୦୦  ଦ୍ଵାରା ଭାଗକଲେ ଭାଗଫଳ କେତେ ? ଓ ଭାଗଶେଷ କେତେ ?
୭୮୯୪  ÷ ୧୦୦  = କେତେ ?
ଉ- ଯେକୌଣସି ସଂଖ୍ୟା କୁ ୧୦୦  ଦ୍ଵାରା ଭାଗକଲେ ଦଶକ  ଓ  ଏକକ ଘର ଅଙ୍କକୁ ନେଇ ଗଠିତ ସଂଖ୍ୟା  ଭାଗଶେଷ ଓ ଅନ୍ୟ  ସମସ୍ତ ଅଙ୍କ ଭାଗଫଳ ହୁଏ । ୭୮୯୪  ÷ ୧୦୦  = ଭାଗଫଳ ୭୮  ଓ ଭାଗଶେଷ ୯୪  ।

୬.  ୭୮୮୦ ÷  ୫୦ କେତେ ?
ଉ- ୭୮୮୦  ÷ ୫୦ =ଭାଗଫଳ ୧୫୭  ଓ ଭାଗଶେଷ ୩୦

୭.  ୭୭୩୭ ÷ ୨୫ = କେତେ ?
ଉ- ୭୭୩୭ ÷ ୨୫ = ଭାଗଫଳ ୩୦୯ ଓ ଭାଗଶେଷ ୧୨ ।

୮.  ୬ ଟି ପିଜୁଳିର ମୂଲ୍ୟ ୨୪  ଟଙ୍କା ହେଲେ, କେତୋଟି ପିଜୁଳିର ମୂଲ୍ୟ  ୬୦ ଟଙ୍କା ହେବ  ?
ଉ-  ୬ ଟି ପିଜୁଳିର ମୂଲ୍ୟ ୨୪  ଟଙ୍କା ।
୧  ଟି ପିଜୁଳିର ମୂଲ୍ୟ = ୨୪ ÷ ୬ =୪ ଟଙ୍କା
୬୦ ଟଙ୍କାରେ ପିଜୁଳି ମିଳିବ = ୬୦ ÷ ୪ = ୧୫ ଟି ପିଜୁଳି
.; ୧୫ ଟି ପିଜୁଳିର ମୂଲ୍ୟ ୬୦ ଟଙ୍କା ହେବ ।

୯.  ୮ କି.ଗ୍ରା. ବାଇଗଣର ମୂଲ୍ୟ ୪୦ ଟଙ୍କା ହେଲେ , ୧୧  କି.ଗ୍ରା. ବାଇଗଣର ମୂଲ୍ୟ କେତେ ?
ଉ- ୮ କି.ଗ୍ରା. ବାଇଗଣର ମୂଲ୍ୟ ୪୦ ଟଙ୍କା
୧ କି.ଗ୍ରା. ବାଇଗଣର ମୂଲ୍ୟ = ୪୦ଟ.÷  ୮ = ୫ ଟଙ୍କା
୧୧ କି.ଗ୍ରା. ବାଇଗଣର ମୂଲ୍ୟ =୫ ଟଙ୍କା × ୧୧ = ୫୫ ଟଙ୍କା
.; ୧୧ କି.ଗ୍ରା. ବାଇଗଣର ମୂଲ୍ୟ ୫୫ ଟଙ୍କା ।

୧୦.  ୮ ଜଣ ଲୋକ ଗୋଟିଏ କାମକୁ ୬ ଦିନରେ କରନ୍ତି , ୪ ଜଣ ଲୋକ ସେହି କାମକୁ କେତେ ଦିନରେ କରିବେ?
ଉ- ୮ ଜଣ ଲୋକ କାମଟିକୁ କରନ୍ତି = ୬ ଦିନରେ
୧ ଜଣ ଲୋକ କରିବେ =୬× ୮ = ୪୮ ଦିନରେ
୪ ଜଣ ଲୋକ କରିବେ = ୪୮÷ ୪ =୧୨ ଦିନରେ
.; ୪ ଜଣ ଲୋକ କାର୍ଯ୍ୟଟିକୁ ୧୨ ଦିନରେ କରିବେ ।

୧୧.  ୧୬ ଜଣ ବାଳକ ଯେଉଁ ଖାଦ୍ଯକୁ ୧୨ ଦିନରେ ଖାଇବେ , ୪ ଜଣ ବାଳକ ସେହି ଖାଦ୍ଯକୁ କେତେ ଦିନରେ ଖାଇବେ ?
ଉ- ୧୬ ଜଣ ବାଳକ ଖାଇବେ =୧୨ ଦିନରେ
୧ ଜଣ ବାଳକ ଖାଇବ = ୧୬ × ୧୨ = ୧୯୨ ଦିନରେ
୪ ଜଣ  ବାଳକ ଖାଇବେ = ୧୯୨ ÷ ୪ =୪୮ ଦିନରେ
. ; ୪ ଜଣ ବାଳକ ଉକ୍ତ ଖାଦ୍ଯକୁ ୪୮ ଦିନରେ ଖାଇବେ ।

୧୨.  ଦୁଇଟି ସଂଖ୍ୟାର ଯୋଗଫଳ ୨୭ ଓ ଅନ୍ତରଫଳ ୧୭ । ସଂଖ୍ୟା ଦୁଇଟି ସ୍ଥିର କର ।
ଉ-  ଦୁଇଟି ସଂଖ୍ୟାର ଯୋଗଫଳ = ୨୭
ବିୟୋଗଫଳ = ୧୭
( ଯୋଗଫଳ + ବିୟୋଗଫଳ ) ÷ ୨ = ବଡ ସଂଖ୍ୟା ।
( ୨୭ +୧୭ ) ÷ ୨ = ୪୪ ÷ ୨ =୨୨
ବଡ ସଂଖ୍ୟା =୨୨
ସାନ ସଂଖ୍ୟା = ୨୭ – ୨୨ = ୫
. ; ସଂଖ୍ୟା ଦୁଇଟି ୨୨ ଓ ୫ ।

୧୩.  ୫ କି.ଗ୍ରା. ଆଳୁର ମୂଲ୍ୟ ଯେତେ ୭ କି.ଗ୍ରା. ଝୁଡଙ୍ଗର ମୂଲ୍ୟ ସେତେ । ୨୫ କି.ଗ୍ରା. ଆଳୁର ମୂଲ୍ୟ ଯେତେ , କେତେ କିଲୋଗ୍ରାମ ଝୁଡଙ୍ଗର ମୂଲ୍ୟ ସେତେ ହେବ ?
ଉ-  ୫ କି.ଗ୍ରା. ଆଳୁର ମୂଲ୍ୟ = ୭ କି.ଗ୍ରା. ଝୁଡଙ୍ଗର ମୂଲ୍ୟ
 ୨୫ କି.ଗ୍ରା. ଆଳୁର ମୂଲ୍ୟ = ୭× ୫ =୩୫ କି.ଗ୍ରା. ଝୁଡଙ୍ଗର ମୂଲ୍ୟ
୨୫ କି.ଗ୍ରା. ଆଳୁର ମୂଲ୍ୟ ଯେତେ , ୩୫  କିଲୋଗ୍ରାମ ଝୁଡଙ୍ଗର ମୂଲ୍ୟ ସେତେ ।

୧୪.  ଦୁଇଟି ସଂଖ୍ୟାର ଗୁଣଫଳ ୨୪୦ । ଗୋଟିଏ ସଂଖ୍ୟାର  ୩ ଗୁଣ ୪୮ ହେଲେ , ସଂଖ୍ୟା ଦୁଇଟି ସ୍ଥିର କର ।
 ଉ- ଦୁଇଟି ସଂଖ୍ୟାର ଗୁଣଫଳ = ୨୪୦ ।
 ଗୋଟିଏ ସଂଖ୍ୟାର  ୩ ଗୁଣ = ୪୮
ସଂଖ୍ୟାଟି = ୪୮ ÷ ୩ =୧୬
ସଂଖ୍ୟାଦ୍ୱୟର ଗୁଣଫଳ ୨୪୦ ।
ଅନ୍ୟ ସଂଖ୍ୟାଟି = ୨୪୦÷ ୧୬ = ୧୫
. ; ସଂଖ୍ୟା ଦୁଇଟି ୧୫ ଓ ୧୬ ।

୧୫.  ତିନୋଟି ସଂଖ୍ୟାର ଗୁଣଫଳ ୯୬୦ । ୧ମ ଓ ୨ୟର ଗୁଣଫଳ ୮୦ । ୨ୟ ଓ ୩ୟର ଗୁଣଫଳ ୧୨୦ । ସଂଖ୍ୟା ତିନୋଟି ସ୍ଥିର କର ।
ଉ- ତିନୋଟି ସଂଖ୍ୟାର ଗୁଣଫଳ = ୯୬୦ ।
୧ମ ଓ ୨ୟର ଗୁଣଫଳ = ୮୦
୩ୟ ସଂଖ୍ୟାଟି = ୯୬୦ ÷ ୮୦ =୧୨
 ୨ୟ ଓ ୩ୟର ଗୁଣଫଳ= ୧୨୦ 
୨ୟ ସଂଖ୍ୟାଟି =୧୨୦ ÷ ୧୨ =୧୦
୧ମ ସଂଖ୍ୟାଟି = ୮୦ ÷ ୧୦ =୮
. ; ସଂଖ୍ୟା ତିନୋଟି ୮ , ୧୦ ଓ ୧୨ ।

୧୬ . ଗୋଟିଏ ସଂଖ୍ୟା ୪୦ ରୁ ଯେତେ ବେଶି , ୬୪ ରୁ ସେତେ କମ । ସଂଖ୍ୟାଟି କେତେ ? 
ଉ- ୬୪-୪୦ = ୨୪
୨୪ ÷ ୨ =୧୨
.; ସଂଖ୍ୟାଟି = ୪୦ + ୧୨ = ୫୨

୧୭ . କେଉଁ  ସଂଖ୍ୟାରେ ୩ ଯୋଗ କରି , ଯୋଗଫଳକୁ ୫ ଦ୍ଵାରା ଗୁଣନ କରି , ଗୁଣଫଳକୁ ୪ ଦ୍ଵାରା ଭାଗକରି , ଭାଗଫଳରୁ ୫ ବିୟୋଗ କଲେ ବିୟୋଗଫଳ ୧୦ ହୁଏ ?
ଉ – ୧୦+୫ =୧୫ ( ଭାଗଫଳ )
୧୫ × ୪ = ୬୦ ( ଗୁଣଫଳ )
୬୦ ÷  ୫ =୧୨ ( ଯୋଗଫଳ )
୧୨ – ୩ = ୯ (ନିର୍ଣ୍ଣେୟ ସଂଖ୍ୟା )
. ; ୯ ରେ ୩ ଯୋଗ କରି , ଯୋଗଫଳକୁ ୫ ଦ୍ଵାରା ଗୁଣନ କରି , ଗୁଣଫଳକୁ ୪ ଦ୍ଵାରା ଭାଗକରି , ଭାଗଫଳରୁ ୫ ବିୟୋଗ କଲେ ବିୟୋଗଫଳ ୧୦ ହୁଏ ।

୧୮ . କୌଣସି ସଂଖ୍ୟାକୁ ୮ ଦ୍ଵାରା ଗୁଣନ କରିବାକୁ ଜଣେ  ପିଲାକୁ କୁହାଗଲା । ସେ ସଂଖ୍ୟାକୁ ୮ ଦ୍ଵାରା ଭାଗକରି ଫଳ ୧୫ ପାଇଲା । ସେ କ’ଣ ଲେଖିଥିଲେ ତା’ର ଉତ୍ତର ଠିକ ହୋଇଥାନ୍ତା ? 
ଉ – ୮ ଦ୍ଵାରା ଭାଗକଲେ ଭାଗଫଳ ୧୫ ହୁଏ ।
ସଂଖ୍ୟାଟି = ୧୫ × ୮ =୧୨୦
ଠିକ ଉତ୍ତରଟି = ୧୨୦ × ୮ =୯୬୦
.; ସେ ୯୬୦ ଲେଖିଥିଲେ ତା’ର ଉତ୍ତର ଠିକ ହୋଇଥାନ୍ତା ।

୧୯ . କେତକ ଲୋକଙ୍କ ପାଇଁ ୫ ଦିନର ଖାଦ୍ଯ ଥିଲା । ସେମାନଙ୍କ ସଙ୍ଗେ ଆଉ ୬ ଜଣ ମିଶି ଖାଇବାରୁ ସବୁ ଖାଦ୍ଯ ୪ ଦିନ ଗଲା । ପ୍ରଥମେ କେତେ ଲୋକଙ୍କ ପାଇଁ ଖାଦ୍ଯ ଥିଲା ?
ଉ - କେତକ ଲୋକଙ୍କ ପାଇଁ ୫ ଦିନର ଖାଦ୍ଯ ଥିଲା ।
  ୬ ଜଣ ଲୋକ ମିଶିବାରୁ ଉକ୍ତ ଖାଦ୍ଯ ୪ ଦିନ ଗଲା ।
୫-୪ =୧ ଦିନ କମିଲା ।
ପୂର୍ବ ଲୋକଙ୍କର ୧ ଦିନର ଖାଦ୍ଯକୁ ୬ ଜଣ ୪ ଦିନରେ ଖାଇଲେ  ।
୪ ଦିନରେ ଖାଆନ୍ତି = ୬ ଜଣ
୧ ଦିନରେ ଖାଇବେ = ୬ × ୪ = ୨୪ ଜଣ
. ; ପ୍ରଥମେ ୨୪ ଜଣଙ୍କର ଖାଦ୍ଯ ଥିଲା ।

୨୦ . ଦୁଇଟି ସଂଖ୍ୟା ମଧ୍ୟରୁ ସାନସଂଖ୍ୟା ଅନ୍ତରଫଳର ୪ ଗୁଣ । ସଂଖ୍ୟା ଦୁଇଟିର ଯୋଗଫଳ ୮୧ ହୁଏ , ସଂଖ୍ୟା ଦୁଇଟି ସ୍ଥିର କର ।
ଅନ୍ତରଫଳ = ୧ ଗୁଣ
ସାନ ସଂଖ୍ୟାଟି = ୪ ଗୁଣ
ବଡ ସଂଖ୍ୟାଟି = ୪ + ୧ = ୫ ଗୁଣ
ସଂଖ୍ୟା ଦୁଇଟିର ଯୋଗଫଳ = ୫ ଗୁଣ + ୪ ଗୁଣ = ୯ ଗୁଣ
୯ ଗୁଣକୁ = ୮୧
୧ ଗୁଣକୁ = ୮୧ ÷ ୯ = ୯
ସାନ ସଂଖ୍ୟାଟି = ୯ × ୪ = ୩୬
ବଡ ସଂଖ୍ୟାଟି = ୯ × ୫ = ୪୫
. ; ସଂଖ୍ୟା ଦୁଇଟି ୪୫ ଓ ୩୬ ।

୨୧ . ଗୋଟିଏ ଶ୍ରେଣୀରେ ବାଳକ ବାଳିକା ମିଶି ୧୮ ଜଣ ପଢନ୍ତି । ପ୍ରତି ବାଳକ ୪ ଟି ଓ ପ୍ରତି ବାଳିକା ୫ ଟି କରି ବଗିଚାରେ ଗଛ ଲଗାଇଲେ । ଯଦି ସେମାନେ ୭୮ ଟି ଗଛ ଲଗାଇଥାନ୍ତି , ତେବେ ବାଳକ ଓ ବାଳିକାଙ୍କ ସଂଖ୍ୟା କେତେ ?
ଉ – ବାଳକ ଓ ବାଳିକା ମିଶି = ୧୮ ଜଣ 
ସମସ୍ତେ ବାଳକ ହୋଇଥିଲେ
ଗଛ ଲାଗିଥାନ୍ତା = ୧୮ × ୪ = ୭୨ ଟି
ମୋଟ ଗଛ ଲାଗିଛି = ୭୮
ଅଧିକ ଗଛ = ୭୮- ୭୨ =୬ ଟି
ଜଣେ ବାଳିକା ଜଣେ ବାଳକଠାରୁ ଅଧିକ ଗଛ ଲଗାଏ =
 ୫- ୪ = ୧ ଟି
୧ ଟି ଅଧିକକୁ ବାଳିକା ସଂଖ୍ୟା =୧
୬ ଟି ଗଛ ଅଧିକକୁ ବାଳିକା ସଂଖ୍ୟା = ୬
ବାଳକ ସଂଖ୍ୟା = ୧୮ – ୬ = ୧୨
. ; ବାଳକ ସଂଖ୍ୟା ୧୨ ଓ ବାଳିକା ସଂଖ୍ୟା ୬ ।

୨୨ . ଟଙ୍କାଟିଏ ନେଇ ମୁଁ ୧୩ଟି ଦଶ ପଇସି ଓ ପାଞ୍ଚ ପଇସି ମିଶାଇ ଆଣିଲି । କେଉଥିରୁ କେତୋଟି ଆଣିଲି ? 
ଉ -   ୧୩ ଟି ୫ ପଇସି ହେଲେ = ୧୩ × ୫ = ୬୫ ପଇସା
୧ ଟଙ୍କା – ୬୫ ପଇସା = ୩୫ ପଇସା କମ
୧୦ ପଇସା – ୫ ପଇସା = ୫ ପଇସା
୩୫ ÷ ୫ = ୭ ଟି ୧୦ ପଇସି
୧୩ – ୭ = ୬ ଟି ୫ ପଇସି
. ; ୧୦ ପଇସିରୁ ୭ ଟି ଓ ୫ ପଇସିରୁ ୬ଟି ଆଣିଲି ।

୨୩ . ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ । ଯେଉଁ ହରଣ ଅଙ୍କର ଭାଜକ ୮ , ଭାଗଫଳ ୭ ଓ ଭାଗଶେଷ ୫ ହୁଏ , ତେବେ ଭାଜ୍ୟ କେତେ ?
ଉ -     ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
         ଭାଜକ = ୮
        ଭାଗଫଳ = ୭
       ଭାଗଶେଷ = ୫
      ଭାଜ୍ୟ = ୮ × ୭ + ୫ = ୫୬ +୫ = ୬୧
   . ; ଭାଜ୍ୟ = ୬୧ ।

୨୪ . ଭାଗଫଳର ୪ ଗୁଣ ଭାଜକ । ଭାଗଶେଷ ଭାଜକଠାରୁ ୩ କମ । ଯଦି ଭାଗଶେଷ ୧ ହୁଏ , ଭାଜ୍ୟ କେତେ ?
ଉ – ଭାଗଶେଷ = ୧
ଭାଜକ = ୩ +୧ = ୪
ଭାଗଫଳ = ୪ ÷ ୪ = ୧
ଭାଜ୍ୟ = ୪ ÷ ୧ + ୧ = ୪ + ୧ = ୫
. ; ଭାଜ୍ୟ = ୫ ।

୨୫ . ଭାଜକର ଅଧା ଭାଗଫଳ । ଭାଗଶେଷ ଭାଗଫଳର ଅଧା । ଯଦି ଭାଗଫଳ ୬ ହୁଏ , ଭାଜ୍ୟ କେତେ ?
ଉ – ଭାଗଫଳ = ୬
ଭାଗଶେଷ ଭାଗଫଳର ଅଧା
ଭାଗଶେଷ = ୬ ÷ ୨ = ୩
ଭାଜକର ଅଧା ଭାଗଫଳ
ଭାଜକ = ଭାଗଫଳର ୨ ଗୁଣ
= ୬ × ୨ =୧୨
ଭାଜ୍ୟ= ୧୨ × ୬ + ୩ = ୭୨ + ୩ = ୭୫

୨୬ . ୩ ଟି ପିଜୁଳି  ଓ ୪ ଟି ସେଓର ମୂଲ୍ୟ ୧୮ ଟଙ୍କା । ଯଦି ଗୋଟିଏ ପିଜୁଳିର ମୂଲ୍ୟ ୨ ଟଙ୍କା ହୁଏ ତେବେ ଗୋଟିଏ ସେଓର ମୂଲ୍ୟ କେତେ ?
ଉ - ୩ ଟି ପିଜୁଳି  ଓ ୪ ଟି ସେଓର ମୂଲ୍ୟ ୧୮ ଟଙ୍କା ।
ଗୋଟିଏ ପିଜୁଳିର ମୂଲ୍ୟ ୨ ଟଙ୍କା
୩ଟି ପିଜୁଳିର ମୂଲ୍ୟ=୩ × ୨ = ୬ ଟଙ୍କା
୪ଟି  ସେଓର ମୂଲ୍ୟ= ୧୮ ଟ.- ୬ ଟ. = ୧୨ ଟଙ୍କା
. ;  ଗୋଟିଏ ସେଓର ମୂଲ୍ୟ = ୧୨ ଟ.÷ ୪ = ୩ ଟଙ୍କା

୨୭ . ଗୋଟିଏ କମଳା ଓ ଗୋଟିଏ ଲେମ୍ବୁର ମୂଲ୍ୟ ମିଶି  ଟ.୨ . ୫୦ ପଇସା । ତେବେ ୪୦ଟି କମଳା ଓ ୪୦ଟି  ଲେମ୍ବୁର ମୂଲ୍ୟ ମିଶି କେତେ ?
ଉ -   ଗୋଟିଏ କମଳା ଓ ଗୋଟିଏ ଲେମ୍ବୁର ମୂଲ୍ୟ ମିଶି  ଟ.୨ . ୫୦ ପଇସା ।
୪୦ଟି କମଳା ଓ ୪୦ଟି  ଲେମ୍ବୁର ମୂଲ୍ୟ ମିଶି = ଟ.୨ . ୫୦ × ୪୦ =୧୦୦ ଟଙ୍କା

୨୮ . ଦୁଇଟି ଆମ୍ବ ଓ ୩ଟି ଅମୃତଭଣ୍ଡାର ମୂଲ୍ୟ ମିଶି ୨୩ ଟଙ୍କା ହୁଏ । ୩ଟି ଆମ୍ବ ଓ ୨ଟି ଅମୃତଭଣ୍ଡାର ମୂଲ୍ୟ ମିଶି ୨୨  ଟଙ୍କା ହୁଏ   , ତେବେ ଗୋଟିଏ ଆମ୍ବ ଓ ଗୋଟିଏ  ଅମୃତଭଣ୍ଡାର ମୂଲ୍ୟ ମିଶି କେତେ ?
ଉ – ୨ ଟି ଆମ୍ବ ଓ ୩ଟି ଅମୃତଭଣ୍ଡାର ମୂଲ୍ୟ ମିଶି ୨୩ ଟଙ୍କା
 ୩ଟି ଆମ୍ବ ଓ ୨ଟି ଅମୃତଭଣ୍ଡାର ମୂଲ୍ୟ ମିଶି ୨୨  ଟଙ୍କା
୫ ଟି ଆମ୍ବ ଓ ୫ ଟି ଅମୃତଭଣ୍ଡାର ମୂଲ୍ୟ ମିଶି = ୨୩ + ୨୨ = ୪୫ ଟଙ୍କା
୧ ଟି ଆମ୍ବ ଓ ୧ ଟି ଅମୃତଭଣ୍ଡାର ମୂଲ୍ୟ ମିଶି = ୪୫ଟ. ÷ ୫ = ୯ ଟଙ୍କା
. ; ୧ ଟି ଆମ୍ବ ଓ ୧ ଟି ଅମୃତଭଣ୍ଡାର ମୂଲ୍ୟ ମିଶି ୯ ଟଙ୍କା ।

୨୯ . ୪ଟି କଲମ ଓ ୫ଟି ପେନସିଲର ମୂଲ୍ୟ ମିଶି ୩୯ ଟଙ୍କା। ୫ ଟି କଲମ ଓ ୪ ଟି ପେନସିଲର ମୂଲ୍ୟ ମିଶି ୪୨ ଟଙ୍କା। ତେବେ ୨ଟି କଲମ ଓ ୨ଟି ପେନସିଲର ମୂଲ୍ୟ ମିଶି କେତେ ?
ଉ - ୪ଟି କଲମ ଓ ୫ଟି ପେନସିଲର ମୂଲ୍ୟ ମିଶି ୩୯ ଟଙ୍କା।
୫ ଟି କଲମ ଓ ୪ ଟି ପେନସିଲର ମୂଲ୍ୟ ମିଶି ୪୨ ଟଙ୍କା
୯ ଟି କଲମ ଓ ୯ ଟି ପେନସିଲର ମୂଲ୍ୟ ମିଶି =୩୯+୪୨ = ୮୧ ଟଙ୍କା
୧ଟି କଲମ ଓ ୧ଟି ପେନସିଲର ମୂଲ୍ୟ ମିଶି = ୮୧ ଟ.÷ ୯ = ୯ ଟଙ୍କା
୨ ଟି କଲମ ଓ ୨ ଟି ପେନସିଲର ମୂଲ୍ୟ ମିଶି =୯ ଟ. × ୨ = ୧୮ ଟଙ୍କା
.; ୨ଟି କଲମ ଓ ୨ଟି ପେନସିଲର ମୂଲ୍ୟ ମିଶି ୧୮ ଟଙ୍କା ।

୩୦ . ୮୦ ଜଣ ମୁଲିଆ ଗୋଟିଏ କାମକୁ ୫୦ ଦିନରେ କରିପାରନ୍ତି । ୧୬ ଜଣ ମୁଲିଆ ସେହି କାମକୁ କେତେ ଦିନରେ କରିପାରିବେ ? ( ମୌଖିକ ବା ଶୀଘ୍ର କରିବାକୁ ହେଲେ ୧ କୁ ନ ଆଣି , ୮୦ ର ୫ ଭାଗରୁ ୧ ଭାଗ । ଏଣୁ ଦିନ ସଂଖ୍ୟା ୫ ଗୁଣ କରିବାକୁ ହେବ । )
ଉ -  ୮୦ ଜଣ ମୁଲିଆ ଗୋଟିଏ କାର୍ଯ୍ୟଟିକୁ କରନ୍ତି = ୫୦ ଦିନରେ
୧୬ ଜଣ ମୁଲିଆ କାର୍ଯ୍ୟଟିକୁ କରିବେ = ୫୦ × ୫ = ୨୫୦ ଦିନରେ
. ; ୧୬ ଜଣ ମୁଲିଆ କାର୍ଯ୍ୟଟିକୁ ୨୫୦ ଦିନରେ କରିପାରିବେ ।

୩୧ . ୧୨୦ ଜଣ ଲୋକ ଯେଉ କାମ ୩୦୦ ଦିନରେ କରିପାରନ୍ତି , ୧୨୦୦ ଜଣ ସେହି କାମକୁ କେତେ ଦିନରେ କରିପାରିବେ ?
ଉ – ୧୨୦ ଜଣ କାମଟିକୁ କରନ୍ତି = ୩୦୦ ଦିନରେ
୧୨୦୦ ଜଣ କାମଟିକୁ କରିବେ = ୩୦୦ ÷ ୧୦ =୩୦ ଦିନରେ

୩୨ . ମଧୁ ଗୋଟିଏ କାମକୁ ୧୨ ଦିନରେ କରିପାରେ । ମାତ୍ର ବୀର ତା’ ସହ କାମକଲେ କାର୍ଯ୍ୟଟି ୧୦ ଦିନରେ ଶେଷ ହୁଏ , ତେବେ ବୀର ଏକାକୀ ସେହି କାର୍ଯ୍ୟକାଲେ କାର୍ଯ୍ୟଟି କେତେ ଦିନରେ ସରିବ ?
ଉ – ମଧୁ ଗୋଟିଏ କାମକୁ କରେ =୧୨ ଦିନରେ
      ବୀର ଓ ମଧୁ କାମଟିକୁ କରନ୍ତି = ୧୦ ଦିନର
     ୧୨-୧୦ = ୨ ଦିନ
ମଧୁର ୨ ଦିନର କାମ = ବୀରର ୧୦ ଦିନର କାମ 
ମଧୁର ୧୨ ଦିନର କାମ = ବୀରର ୧୦ × ୬ = ୬୦ ଦିନର କାମ
. ; ବୀର ଉକ୍ତ କାମକୁ ଏକାକୀ ୬୦ ଦିନରେ ଶେଷ କରିବ ।
୩୩ . ଆଳୁ କି.ଗ୍ରା. ପ୍ରତି ୪ଟଙ୍କା ଓ ପୋଟଳ କି.ଗ୍ରା. ପ୍ରତି ୫ଟଙ୍କା । ମୁ ୪୪ ଟଙ୍କା ନେଇ ଆଳୁ ଓ ପୋଟଳ ମିଶାଇ ୧୦ କି.ଗ୍ରା. ଆଣିଲି । କେଉଥିରୁ କେତେ ଆଣିଲି ? 
ଉ -  ଆଳୁ କି.ଗ୍ରା. ପ୍ରତି ଦାମ = ୪ଟଙ୍କା
 ପୋଟଳ କି.ଗ୍ରା. ପ୍ରତି ଦାମ = ୫ଟଙ୍କା
ଆଳୁ ଓ ପୋଟଳ ମିଶି = ୧୦ କି.ଗ୍ରା.
୧୦ କି.ଗ୍ରା. ଆଳୁର ଦାମ = ୧୦ × ୪ =୪୦ ଟଙ୍କା
୪୪ଟ. – ୪୦ଟ.= ୪ ଟଙ୍କା ଅଧିକ
ଆଳୁଠାରୁ ପୋଟଳର ଦାମ ଅଧିକ
୫ ଟ.-୪ ଟ.= ୧ ଟଙ୍କା
୧ ଟଙ୍କା ଅଧିକକୁ ପୋଟଳ = ୧ କି.ଗ୍ରା.             
୪ ଟଙ୍କା ଅଧିକକୁ ପୋଟଳ = ୪ କି.ଗ୍ରା.
ଆଳୁ ପରିମାଣ = ୧୦ – ୪ = ୬ କି.ଗ୍ରା.
ମୁଁ ଆଳୁ ୬ କି.ଗ୍ରା.  ଓ ପୋଟଳ ୪ କି.ଗ୍ରା.  ଆଣିଲି ।

୩୪ . ୧୨ ଜଣ ବାଳକ ଓ ୧୬ ଜଣ ବାଳିକା ଯେଉ କାର୍ଯ୍ୟ କରିପାରନ୍ତି , ୬ ଜଣ ବାଳକଙ୍କ ସଙ୍ଗେ କେତେଜଣ ବାଳିକା କାମ କାଲେ ସେହି କାମ କରିପାରିବେ ?
ଉ . ୧୨ ଜଣ ବାଳକ = ୧୬ ଜଣ ବାଳିକା
୬ ଜଣ ବାଳକ = ୧୬ ÷ ୨ = ୮ ଜଣ ବାଳିକା
୧୨ ଜଣ ବାଳକ = ୬ ଜଣ ବାଳକ ଓ ୮ ଜଣ ବାଳିକା
. ; ୬ ଜଣ ବାଳକଙ୍କ ସଙ୍ଗେ ୮ ଜଣ ବାଳିକା କାମ କାଲେ ସେହି କାମ କରିପାରିବେ ।

୩୫ . ୪୦ ଟଙ୍କାକୁ ୩ ଜଣ ବାଳକ ଓ ୪ ଜଣ ବାଳିକା ବାଣ୍ଟିନେଲେ । ପ୍ରତି ବାଳିକା ପ୍ରତି ବାଳକଠାରୁ ୩ଟଙ୍କା ଅଧିକ ପାଇଲେ । ତେବେ ପ୍ରତି ବାଳକ ଓ ପ୍ରତି ବାଳିକା କେତେ ଲେଖା ପାଇଲେ ?
ଉ - ୪୦ ଟଙ୍କାକୁ ୩ ଜଣ ବାଳକ ଓ ୪ ଜଣ ବାଳିକା ବାଣ୍ଟିନେଲେ।
ବାଳିକା ବାଳକଠାରୁ ଅଧିକ ନିଅନ୍ତି = ୩ ଟଙ୍କା
୪ ଜଣ ବାଳିକା ଅଧିକ ନେବେ = ୩ଟ. × ୪ = ୧୨ ଟଙ୍କା
୪୦ ଟ.- ୧୨ ଟ.= ୨୮ ଟଙ୍କା
ବାଳକ ଓ ବାଳିକା ମିଶି = ୩ ଜଣ + ୪ଜଣ = ୭ ଜଣ
୨୮ଟ.÷ ୭ = ୪ ଟଙ୍କା ଜଣେ ବାଳକ ନେବ ।
ବାଳିକା ନେବ = ୪ ଟ.+ ୩ ଟ.= ୭ ଟଙ୍କା

୩୬ . ଗୋବିନ୍ଦ ଓ ମଧୁ ୬୦ ଟଙ୍କାକୁ ବାଣ୍ଟିନେଲେ । ଗୋବିନ୍ଦ ମଧୁଠାରୁ ୧ ଟଙ୍କା ଅଧିକ ନେଲା । କିଏ କେତେ ଟଙ୍କା ନେଲେ ?
ଉ -  ଗୋବିନ୍ଦ ଓ ମଧୁ ୬୦ ଟଙ୍କାକୁ ବାଣ୍ଟିନେଲେ।
ଗୋବିନ୍ଦ ମଧୁଠାରୁ ୧ ଟଙ୍କା ଅଧିକ ନେଲା ।
୬୦ ଟଙ୍କା – ୧ ଟଙ୍କା = ୫୯ ଟଙ୍କା
୫୯ ଟଙ୍କା ÷ ୨= ଟ. ୨୯ . ୫୦
ମଧୁର ଟଙ୍କା = ଟ. ୨୯ . ୫୦
ଗୋବିନ୍ଦର ଟଙ୍କା = ଟ. ୨୯ . ୫୦ + ଟ.୧.୦୦= ଟ. ୩୦ . ୫୦

୩୭ . ୩ ଟି କଦଳୀ ବା ୪ଟି କମଳା ବା ୫ଟି ସେଓର ମୂଲ୍ୟ  ୧୫ ଟଙ୍କା । ତେବେ ଗୋଟିଏ କଦଳୀ , ଗୋଟିଏ କମଳା ଓ ଗୋଟିଏ ସେଓର ମୂଲ୍ୟ ମିଶି କେତେ ?
ଉ – ୩ଟି କଦଳୀର ମୂଲ୍ୟ = ୧୫ ଟଙ୍କା
୧ଟି କଦଳୀର ମୂଲ୍ୟ = ୧୫ ଟଙ୍କା ÷ ୩ = ୫ ଟଙ୍କା
୪ଟି କମଳାର ମୂଲ୍ୟ =୧୫ ଟଙ୍କା
୧ ଟି କମଳାର ମୂଲ୍ୟ =୧୫ ଟଙ୍କା ÷ ୪ =ଟ. ୩.୭୫
୫ଟି ସେଓର ମୂଲ୍ୟ = ୧୫ ଟଙ୍କା     
୧ଟି ସେଓର ମୂଲ୍ୟ = ୧୫ ଟଙ୍କା ÷ ୫ = ୩ ଟଙ୍କା
 ଗୋଟିଏ କଦଳୀ , ଗୋଟିଏ କମଳା ଓ ଗୋଟିଏ ସେଓର ମୂଲ୍ୟ ମିଶି = ୫ ଟଙ୍କା + ଟ.୩.୭୫ + ୩ ଟଙ୍କା = ଟ.୧୧.୭୫

୩୮ . ଯେଉ ସଂଖ୍ୟାର ୫ ଗୁଣ ଓ ୭ ଗୁଣ ମିଶି ସେହି ସଂଖ୍ୟାଠାରୁ ୯୯ ଅଧିକ ହୁଏ , ସେହି ସଂଖ୍ୟାର ୧୦ ଗୁଣ କେତେ ?
ଉ – ସଂଖ୍ୟାଟି = ୧ ଗୁଣ ( ମନେକର )
ସଂଖ୍ୟାର ୫ ଗୁଣ + ୭ ଗୁଣ = ୧୨ ଗୁଣ
୧୨ ଗୁଣ – ୧ ଗୁଣ = ୧୧ ଗୁଣ
୧୧ ଗୁଣକୁ ୯୯
୧ ଗୁଣକୁ = ୯୯ ÷ ୧୧ = ୯ ( ସଂଖ୍ୟାଟି  )
୧୦ ଗୁଣକୁ = ୯ × ୧୦ = ୯୦
. ; ସଂଖ୍ୟାର ୧୦ ଗୁଣକୁ = ୯୦

୩୯ . ନରେନ ନିଜ ଘରୁ ଏକ ସ୍ଥାନକୁ ପାଦରେ ଯାଇ ପାଦରେ ଫେରି ଆସିବାକୁ ତାକୁ ୧୬ ଘଣ୍ଟା ସମୟ ଲାଗିଲା । ଯଦି ସେ ସାଇକେଲରେ ଯାଇ ପାଦରେ ଫେରି ଆସିଥାଆନ୍ତା , ତାକୁ ୧୧ ଘଣ୍ଟା ଲାଗିଥାଆନ୍ତା। ତେବେ ସାଇକେଲରେ ଯାଇ ସାଇକେଲରେ ଫେରିଆସିବାକୁ ତାକୁ କେତେ ଘଣ୍ଟା ଲାଗିବ ?
ଉ - ନରେନ ପାଦରେ ଯାଇ ପାଦରେ ଫେରି ଆସିବାକୁ ସମୟ ନିଏ = ୧୬ ଘଣ୍ଟା
ପାଦରେ ଯିବାକୁ ବା ଫେରିବାକୁ ସମୟ ଲାଗିବ = ୧୬ ଘଣ୍ଟା ୨ ଘଣ୍ଟା = ୮ ଘଣ୍ଟା
ସାଇକେଲରେ ଯାଇ ପାଦରେ ଫେରିବାକୁ ସମୟ ଲାଗେ = ୧୧ ଘଣ୍ଟା
ସାଇକେଲରେ  ଯିବାକୁ ସମୟ ଲାଗେ = ୧୧ ଘ. – ୮ ଘ. = ୩ ଘଣ୍ଟା
ସାଇକେଲରେ ଯାଇ ସାଇକେଲରେ ଫେରିବାକୁ ସମୟ ଲାଗିବ = ୩ ଘଣ୍ଟା + ୩ ଘଣ୍ଟା = ୬ ଘଣ୍ଟା

୪୦ . କେତେକ ପିଲାଙ୍କୁ ମୁୂଁ ଚକୋଲେଟ ବାଣ୍ଟିବାକୁ ଇଚ୍ଛା କଲି । ଯଦି ପ୍ରତି ପିଲାଙ୍କୁ ୫ଟି କରି ଚକୋଲେଟ ଦିଏ , ମୋ ପାଖରେ ୫ଟି ଚକୋଲେଟ ବଳିବ। ଯଦି ପ୍ରତି ପିଲାଙ୍କୁ ୬ଟି କରି ଦିଏ ,ତେବେ ମୋର ୩ଟି ଚକୋଲେଟ ନିଅଣ୍ଟ ହେବ । ତେବେ ପିଲାସଂଖ୍ୟା କେତେ ଓ ଚକୋଲେଟ ସଂଖ୍ୟା କେତେ ? 
ଉ - ପ୍ରତି ପିଲାଙ୍କୁ ୫ଟି କରି ଚକୋଲେଟ ଦେଲେ  ,୫ଟି ଚକୋଲେଟ ବଳେ ।
ପ୍ରତି ପିଲାଙ୍କୁ ୬ଟି ଚକୋଲେଟ ଦେଲେ ,୩ଟି ଚକୋଲେଟ ନିଅଣ୍ଟ ହୁଏ ।
ଅର୍ଥାତ ପ୍ରତି ପିଲାଙ୍କୁ ୧ଟି ଅଧିକ ଚକୋଲେଟ ଦେଲେ ବଳିଥିବା ୫ଟି ଚକୋଲେଟ ଦେବାପରେ ଆଉ ୩ଟି ନିଅଣ୍ଟ ହୁଏ ।
ଗୋଟିଏ ଅଧିକ ଚକୋଲେଟ ଦେଲେ ଆବଶ୍ୟକ ଚକୋଲେଟ ସଂଖ୍ୟା = ୫+୩ = ୮
. ; ପିଲା ସଂଖ୍ୟା = ୮
ଚକୋଲେଟ ସଂଖ୍ୟା = ୮× ୫ +୫ =୪୦ +୫ = ୪୫

 ୪୨ . ଗୋଟିଏ ମସୃଣ ସ୍ତମ୍ଭର ଉଚ୍ଚତା ୪୦ ହାତ । ଗୋଟିଏ ମାଙ୍କଡ ୧ ମିନିଟରେ ୧୦ ହାତ ଚଢେ  ଓ ପର ମିନିଟରେ ୪ ହାତ ଖସି ଆସେ । ତେବେ ସେ ମାଙ୍କଡଟି କେତେ ସମୟରେ ସ୍ତମ୍ଭ ଉପରେ ପହଞ୍ଚି ପାରିବ ?
ଉ – ମସୃଣ ସ୍ତମ୍ଭର ଉଚ୍ଚତା ୪୦ ହାତ ।
ମାଙ୍କଡଟି ୧ ମିନିଟରେ ଚଢେ ୧୦ ହାତ ଓ ପର ୧ ମିନିଟରେ ଖସେ ୪ ହାତ
ସେ ୨ମି .ରେ ମୋଟ ଚଢେ = ୧୦ – ୪ = ୬ ହାତ
ଶେଷ ମିନିଟରେ ସେ ସ୍ତମ୍ଭ ଉପରକୁ ଉଠିଯିବ । ଅର୍ଥାତ ଶେଷ ୧ ମିନିଟରେ ୧୦ ହାତ ଯିବ ।
ଅବଶିଷ୍ଟ = ୪୦ – ୧୦ = ୩୦ ହାତ
୨ ମିନିଟରେ ଯିବ = ୬ ହାତ
୩୦ ହାତ ଯିବାକୁ ସମୟ ଲାଗିବ = ( ୩୦ ÷ ୬ ) ×୨ମି . =୫ × ୨ ମି . = ୧୦ ମିନିଟ
. ; ସ୍ତମ୍ଭର ଉପରକୁ ପହଞ୍ଚିବାକୁ ସମୟ ଲାଗିବ = ୧୦ ମି. + ୧ମି. = ୧୧ ମି.

୪୩ . କଟକରୁ ପୁରୀର ଦୂରତା ୯୬ କି.ମି. । ଜଣେ ବ୍ୟକ୍ତି ୧ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ପୁରୀରୁ କଟକକୁ ଯାତ୍ରା କାଲେ । ପ୍ରତି ୨୪ କି.ମି. ପରେ ସେ ୧୦ ମିନିଟ ବିଶ୍ରାମ କରେ । ତେବେ ସେ କେତେ ସମୟରେ କଟକରେ ପହଞ୍ଚିପାରିବ ?
ଉ – କଟକରୁ ପୁରୀର ଦୂରତା = ୯୬ କି.ମି.
ଲୋକଟି ୧ ଘଣ୍ଟା ଯାଏ = ୧୨ କି.ମି.
୯୬ କି.ମି. ଯିବାକୁ ସମୟ ଲାଗିବ = ୯୬ ÷ ୧୨= ୮ ଘଣ୍ଟା
୨୪ କି.ମି.ରେ ବିଶ୍ରାମ ନିଏ = ୧ ଥର
୯୬ କି.ମି.ରେ ବିଶ୍ରାମ ନେବ = ୯୬÷ ୨୪ = ୪ ଥର
ସେ ଶେଷ ଥର ବିଶ୍ରାମ ନେବା ନାହି ।
ବିଶ୍ରାମ ନେବା = ୪ -୧ = ୩ ଥର
୧ ଥର ବିଶ୍ରାମ ସମୟ= ୧୦ ମିନିଟ
୩ ତାରରେ ବିଶ୍ରାମ ସମୟ = ୧୦ମି. × ୩ = ୩୦ ମିନିଟ
.; ପୁରୀରେ ପହଞ୍ଚିବାକୁ ସମୟ ଲାଗିବ = ୮ ଘଣ୍ଟା + ୩୦ ମିନିଟ = ୮ ଘଣ୍ଟା ୩୦ ମିନିଟ

୪୪ . ରେଳରାସ୍ତା ପାର୍ଶ୍ଵରେ ସମାନ ସମାନ ଦୂରରେ ଟେଲିଫୋନ ଖୁଣ୍ଟାମାନ ପୋତା ଯାଇଅଛି । ଜଣେ ବ୍ୟକ୍ତି ଗାଡିରେ ବସି ୧ ମିନିଟରେ ୨୧ଟି ଖୁଣ୍ଟ ପାର ହୋଇଗଲା । ଯଦି ୨ ଖୁଣ୍ଟ ମଧ୍ୟରେ ଦୂରତା ୧୦ ମିଟର ହୋଇଥାଏ , ତେବେ ଗାଡିଟି ମିନିଟ ପ୍ରତି କେତେ ବେଗରେ ଯାଇଥିଲା ?
ଉ – ଲୋକଟି ୧ ମି.ରେ ଖୁଣ୍ଟ ପାର ହୁଏ = ୨୧ ଟି
୨ଟି ଖୁଣ୍ଟର ବ୍ଯବଧାନ = ୧
୨୧ଟି ଖୁଣ୍ଟର ବ୍ଯବଧାନ = ୨୧ – ୧ =୨୦ଟି
୧ଟି ବ୍ଯବଧାନ = ୧୦ ମିଟର
୨୦ଟି ବ୍ଯବଧାନ = ୨୦ × ୧୦ମି. = ୨୦୦ ମିଟର
ଲୋକଟି ୨୧ଟି ଖୁଣ୍ଟ ଅର୍ଥାତ ୨୦୦ ମି .
ଦୂରତାକୁ ୧ ମିନିଟରେ ଅତିକ୍ରମ କରେ ।
. ; ଗାଡିର ମିନିଟ ପ୍ରତି ବେଗ ୨୦୦ ମିଟର ।

୪୫ . ନରେନ୍ଦ୍ରକୁ ବର୍ତ୍ତମାନ ୭ ବର୍ଷ ଓ ଅରବିନ୍ଦକୁ ୩୯ ବର୍ଷ । ଆଉ କେତେ ବର୍ଷ ପରେ ଅରବିନ୍ଦର ବୟସ ନରେନ୍ଦ୍ର ବଯସର ୩ ଗୁଣ ହେବ ?
ଉ – ନରେନ୍ଦ୍ରର ବର୍ତ୍ତମାନ ବୟସ = ୭ ବର୍ଷ
ଅରବିନ୍ଦର ବର୍ତ୍ତମାନ ବୟସ =୩୯ ବର୍ଷ
ପ୍ରଭେଦ = ୩୯ – ୭ = ୩୨ ବର୍ଷ
ଅରବିନ୍ଦର ବୟସ ନରେନ୍ଦ୍ର ବଯସର ୩ ଗୁଣ ହେବ ।
ନରେନ୍ଦ୍ରର ବଯସର ୧ ଗୁଣ ଓ  ଅରବିନ୍ଦର ବୟସ ୩ ଗୁଣ ହେବ
ପ୍ରଭେଦ = ୩ଗୁଣ – ୧ଗୁଣ = ୨ଗୁଣ
୩୨ବର୍ଷ  ÷ ୨ = ୧୬ ବର୍ଷ
୧୬ ବର୍ଷ – ୭ ବର୍ଷ = ୯ ବର୍ଷ
.;୯ବର୍ଷ ପରେ ଅରବିନ୍ଦର ବୟସ ନରେନ୍ଦ୍ରର ୩ଗୁଣ ହେବ ।

୪୬ . ୨ ଜଣ ଲୋକ ୨ ଦିନରେ ୨୦୦ ଟଙ୍କା ରୋଜଗାର କରନ୍ତି । ୪ ଜଣ ଲୋକ ୪ ଦିନରେ କେତେ ଟଙ୍କା ରୋଜଗାର କରନ୍ତି ?
ଉ - ୨ ଜଣ ଲୋକ ୨ ଦିନରେ ୨୦୦ ଟଙ୍କା ରୋଜଗାର କରନ୍ତି।
୪ ଜଣ ଲୋକ ୪ ଦିନରେ ରୋଜଗାର କରିବେ = ୨୦୦ ×ଟଙ୍କା ୨ × ୨ = ୮୦୦ ଟଙ୍କା

୪୭ . ୪ ଜଣ ଲୋକ ୪ ଦିନରେ ୩୨ଟି ସମାନ ଆକାରର ଖାତ ଖୋଳି ପାରନ୍ତି ।  ୨ ଜଣ ଲୋକ ୨ ଦିନରେ କେତୋଟି ଖାତ ଖୋଳିପାରିବେ ? 
ଉ -  ୪ ଜଣ ଲୋକ ୪ ଦିନରେ ଖାତ ଖୋଳନ୍ତି = ୩୨ଟି
୨ ଜଣ ଲୋକ ୨ ଦିନରେ ଖାତ ଖୋଳିବେ=୩୨÷(୨ × ୨) = ୩୨ ÷ ୪ = ୮ ଟି

୪୮ . ଜଣେ ଦୋକାନୀ ପୋଟଳ କିଲୋ ପ୍ରତି ୧୦ ଟଙ୍କା ଦରରେ ୧୫ କି.ଗ୍ରା. ପୋଟଳ ବିକ୍ରି କରି ୫ କି.ଗ୍ରା. ପୋଟଳର ମୂଳକିଣା ଯେତେ , ସେତେ ଲାଭ କଲା । କି.ଗ୍ରା. ପ୍ରତି ଦୋକାନୀର ମୂଳକିଣା କେତେ ?
ଉ – ୧ କି.ଗ୍ରା. ପୋଟଳର ବିକ୍ରି ଦାମ = ୧୦ ଟଙ୍କା
୧୫ କି.ଗ୍ରା. ପୋଟଳର ବିକ୍ରି ଦାମ = ୧୦ ଟଙ୍କା × ୧୫ = ୧୫୦ ଟଙ୍କା
ଲାଭ କଲା = ୫ କି.ଗ୍ରା. ପୋଟଳର ମୂଳକିଣା
ଅର୍ଥାତ ୧୫ କି.ଗ୍ରା. ପୋଟଳର ବିକ୍ରି ଦାମ = ( ୧୫ + ୫ ) = ୨୦ କି.ଗ୍ରା. ପୋଟଳର ମୂଳକିଣା
୨୦ କି.ଗ୍ରା. ପୋଟଳର ମୂଳକିଣା= ୧୫୦ ଟଙ୍କା
୧ କି.ଗ୍ରା. ପୋଟଳର ମୂଳକିଣା = ୧୫୦ ଟଙ୍କା  ÷ ୨୦ = ଟ. ୭.୫୦
୧ କି.ଗ୍ରା. ପୋଟଳର ମୂଳକିଣା ଟ. ୭.୫୦।

୪୯ . ୨ଟି ସଂଖ୍ୟାକୁ ଏକ ଭାଜକ ଦ୍ଵାରା ପୃଥକ ପୃଥକ ରୂପେ ଭାଗ କରିବାରୁ ଭାଗଶେଷ ଯଥାକ୍ରମେ ୨୮୦ ଓ ୩୪୦ ରହିଲା । ଦୁଇଟି ଯାକ ସଂଖ୍ୟାର ଯୋଗଫଳକୁ ଉକ୍ତ ଭାଜକ ଦ୍ଵାରା ଭାଗ କରିବାରୁ ଭାଗଶେଷ ୧୨୦ ରହିଲା । ତେବେ ଭାଜକଟି କେତେ ?
ଉ – ସଂଖ୍ୟା ଦୁଇଟିକୁ ପୃଥକ ପୃଥକ ଭାଗ କଲେ ଭାଗଶେଷ ରହେ ୨୮୦ ଓ ୩୪୦ ।
ସଂଖ୍ୟାଦ୍ୱୟର ଯୋଗଫଳକୁ ଭାଗ କଲେ ଭାଗଶେଷ =୧୨୦
ଭାଜକଟି = (୨୮୦ +୩୪୦) - ୧୨୦ = ୬୨୦ – ୧୨୦ = ୫୦୦

୫୦ . ୧୦୦ ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ୧୦ ଖଣ୍ଡର ମୂଲ୍ୟ ୧୮୦୦ ଟଙ୍କା । କାହାର ସଂଖ୍ୟା କେତେ ?
ଉ – ୧୦ଟି ୧୦୦ ଟଙ୍କିଆ ମୂଲ୍ୟ = ୧୦୦୦ ଟଙ୍କା
ଅଧିକ = ୧୮୦୦-୧୦୦୦ =୮୦୦ ଟଙ୍କା
୫୦୦ ଟଙ୍କା -୪୦୦ ଟଙ୍କା = ୧୦୦ ଟଙ୍କା
୪୦୦ ଟଙ୍କା ଅଧିକକୁ ୫୦୦ ଟଙ୍କିଆ =୧ଟି
୮୦୦ ଟଙ୍କା ଅଧିକକୁ = ୮୦୦ ÷ ୪୦୦ = ୨ଟି
୫୦୦ ଟଙ୍କିଆ = ୨ଟି
୧୦୦ ଟଙ୍କିଆ = ୧୦ – ୨ =୮ଟି   



Comments

  1. ଭାଜକ ଭାଗଫଳ ର ୨ଗୁଣ ଓ ଭାଗଶେଷ ର ୩ଗୁଣ ହେଲେ ଭାଜ୍ୟ କେତେ?

    ReplyDelete
    Replies
    1. ଦୁଇଟି ସଂଖ୍ୟାର ଅନ୍ତରଫଳ ୯ . ସାନ ସଂଖ୍ୟା ଅନ୍ତରଫଳର ୬ ଗୁଣ , ତେବେ ବଡ ସଂଖ୍ୟା ଟି କେତେ? Please replay me ans

      Delete

Post a Comment

Popular posts from this blog

ଗୁଣିତକ ଓ ଗୁଣନୀୟକ

ଗ.ସା.ଗୁ ଓ ଲ.ସା.ଗୁ